ଶୁକ୍ରବାର ଗଞ୍ଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ବଡ଼ ଧରଣର ରେଡ୍ କରିଛି ଇଡି।ଇଡି ରେଡ୍ ବେଳେ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା । ତାଙ୍କ ଲିଙ୍କରେ ଗଞ୍ଜାମ ଜିଲ୍ଲାର ୨୦ଟି ସ୍ଥାନରେ ଚଢ଼ାଉ ଚାଲିଛି। ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ହୃଷିକେଶ ପାଢ଼ୀ ଓ ତାଙ୍କ ଲିଙ୍କରେ ଚଢ଼ାଉ ଜାରି ରହିଛି। ଏହି ଟଙ୍କା କେଉଁଠୁ ମିଳିଛି, ଇଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି।ଆଜି ବ୍ରହ୍ମପୁର ସହରର ଲାଞ୍ଜିପଲି,ବିଜିପୁର, ଜୟପ୍ରକାଶ ନଗର, ନୂଆ ବସ ଷ୍ଟାଣ୍ଡ ନିକଟ ଇତ୍ୟାଦି ସ୍ଥାନରେ ରହୁଥିବା ଅନେକ ବ୍ୟବସାୟୀଙ୍କ ଘରେ ବି ଇଡି ରେଡ୍ କରିଛି। ବେଆଇନ ବାଲି କରବାରର ପର୍ଦାଫାଶ ପାଇଁ ବାଲି ବେପାରୀଙ୍କ ଘରେ ଚଢ଼ାଉ କରାଯାଉଛି। ପ୍ରାୟ ୪୬ କୋଟିରୁ ଅଧିକ ଟଙ୍କାର ରୟାଲଟି ସରକାରଙ୍କୁ ଦେବେ ବେପାରୀ। ଏଥିପାଇଁ ବ୍ରହ୍ମପୁର ବ୍ରହ୍ମାନଗରର ବାଲି ବେପାରୀ କୃପାସିନ୍ଧୁ ମୁଦୁଲିଙ୍କ ଘର ସମେତ ଆଉ କିଛି ଲୋକଙ୍କ ଘର ଉପରେ ଚଢ଼ାଉ ହୋଇଛି।








