୪ ସେକେଣ୍ଡରେ ଲୁଟିନେଲେ ୪୦ ହଜାର । ରାଜଧାନୀର ଛାତି ଉପରେ ଆଖି ପିଛୁଳାକେ ଲୁଟ୍ । ଏଟିଏମ ଭିତରେ ପଶି ଦୁଇ ଯୁବତୀଙ୍କ ଠାରୁ ଛିନତାଇ କରିଛି ଦୁବୃର୍ତ୍ତ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଟିଏମ ଭିତରେ ମହିଳାଙ୍କ ଠାରୁ ଭ୍ୟାନିଟ୍ ବ୍ୟାଗ ଛଡାଇନେବା ଘଟଣାରେ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । କିଛିଦିନ ତଳେ ନିଳାଦ୍ରୀବିହାର ଅଞ୍ଚଳର ଏକ ଏଟିଏମରୁ ଦୁଇ ଜଣ ଯୁବତୀ ଟଙ୍କା ଉଠାଉଥିବାବେଳେ ଲୁଟେରା ଜଣଙ୍କ ପଛରୁ ଆସି ବ୍ୟାଗ୍ ଝାମ୍ପି ନେଇଥିଲା । ବ୍ୟାଗରେ ୪୦ ହଜାର ଟଙ୍କା ଥିବାର ଅଭିଯୋଗ ହୋଇଥିଲା । ଲୁଟ୍ ବେଳର ସେହି ଭିଡିଓ ଏବେ ଭାଇରାଲ ହେବାର ଲାଗିଛି । ମାମଲାରେ ଜଣେ ଗିରଫ ହୋଇଥିବାବେଳେ ଆଉ ଜଣେ ଫେରାର ଅଛି ।

LEAVE A REPLY

Please enter your comment!
Please enter your name here