ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ପତ୍ରାପଲି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଅଢେଇ ବର୍ଷର ଶିଶୁ ଅମିତ୍ ଗୁରୁ ନିଜ ମାମୁଘରକୁ ଆସିଥିବା ବେଳେ ଘଟିଥିଲା ଦୁର୍ଘଟଣା । ଖେଳୁଥିବା ସମୟରେ ପିଲାଟିର ମୁହଁରେ ଗୋଟିଏ ଫ୍ରାଏ ପ୍ୟାନର ବେଣ୍ଟ ପଶିଯାଇଥିଲା । ପରିବାର ଲୋକ ତଣ୍ଟିରୁ ପ୍ୟାନ ବେଣ୍ଟକୁ କାଢିବାକୁ ଚେଷ୍ଟା କରିଥିଲେ ମାତ୍ର ଅସଫଳ ହୋଇଥିଲେ । ଏହାପରେ ପିଲାଟିକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ବେଣ୍ଟଟି କାଢିବାକୁ ଅସମର୍ଥ ହେବାରୁ ପିଲାଟିକୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । 5 ଘଣ୍ଟାର ଚେଷ୍ଟା ପରେ ସମସ୍ତେ ଅସମର୍ଥ ହେବାରୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା । ବହୁତ କଷ୍ଟରେ ତଣ୍ଟିରୁ ବାହାର କରାଯାଇଥିଲା ପ୍ୟାନର ବେଣ୍ଟଟିକୁ । ପିଲାଟିର ଚିକିତ୍ସା ଚାଲିଛି । ଖୁବଶିଘ୍ର ଶିଶୁଟି ସୁସ୍ଥ ହୋଇଯିବ ବୋଲି ଡାକ୍ତର କହିଛନ୍ତି ।

1 COMMENT

  1. ଯେତେକ ରଷକ ଏଭବେ ଭକ୍ଷକ,
    ଯା’ନ୍ତୁ ତକ୍ଷକ ମୁଖେ;
    ଏତିକି ଗୁହାରି ହରିହର ପାଦେ,
    ଧରିତ୍ରୀ ହସିବ ସୁଖେ ।।
    ତେବେ ସିନା ଏଠି ଉତ୍କଳମାତାର,
    ଗରବେ ଫୁଲିବ ଛାତି;
    ଭାରତମାତାର ଗରଭ ଗୌରବେ,
    ଏ ବିଶ୍ବ ଉଠିବ ତାତି ।।
    ବନ୍ଦେ ଉତ୍କଳ ଜନନୀ………

LEAVE A REPLY

Please enter your comment!
Please enter your name here