ଅବଦୁର ରେହମାନ ପରେ ଏବେ ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ାର ଏକ ଆତଙ୍କବାଦୀ ଲିଙ୍କ । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହବିବୁର ରେହମାନକୁ ଦିଲ୍ଲୀରୁ ଗିରଫ କରିଛି ଏନଆଇଏ । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନାସନାଲ୍ ଏୟାରପୋର୍ଟରୁ ହବିବୁରକୁ ଗିରଫ କରାଯିବା ପରେ ସବୁଆଡ଼େ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସୂଚନା ଅନୁଯାୟୀ, ଆତଙ୍କବାଦୀ ହବିବୁର ରେହମାନର ଘର ଓଡିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ । ପୂର୍ବରୁ ଓଡିଶାରୁ ଆତଙ୍କବାଦୀ ଅବଦୁର ରେହମାନକୁ ଗିରଫ କରାଯାଇଥିଲା । ଏହି ଘଟଣା ପରେ ଓଡିଶାର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠୁଛି ।

ହବିବୁର ସାଉଦି ଆରବରୁ ଫେରୁଥିବା ବେଳେ ବିମାନବନ୍ଦରରୁ ଗିରଫ କରିଛି ଏନଆଇଏ । ରିମାଣ୍ଡରେ ନେବା ପରେ ହବିବୁରର ପାକିସ୍ତାନ ଆତଙ୍କବାଦୀ ଶେଖ ଅବଦୁଲ ନଇମ ସହ ସଂପର୍କ ଥିବା ଜଣାପଡିଛି । ନଇମ, 2008 ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ଘନିଷ୍ଠ ସହଯୋଗୀ । ହବିବୁର, ନଇମ ପାଇଁ ଟଙ୍କା ଓ ସୁରକ୍ଷିତ ସ୍ଥାନ ଯୋଗାଡ କରୁଥିଲା । ପୂର୍ବରୁ ହବିବୁର ନାଁ ରେ ଏନବିଡବ୍ଲୁ ରହିଛି ।

ଦେଶବ୍ୟାପୀ ପାଳନ ହେବାକୁ ଯାଉଥିବା ସ୍ୱାଧୀନତା ଦିବସରେ ଦିଲ୍ଲୀଠାରୁ ଆରମ୍ଭ କରି ସୀମାନ୍ତ ସେନା କ୍ୟାମ୍ପ ଉପରେ ଆକ୍ରମଣର ଯୋଜନା ରଖିଥିବାର ସୂଚନା ପାଇଁ ଭାରତୀୟ ଗୁଇନ୍ଦା ବିଭାଗ ସତର୍କ ସୂଚନା ଜାରି କରିଛି ।

 

LEAVE A REPLY

Please enter your comment!
Please enter your name here