ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବେ ରାସ୍ତାକୁ ଓହ୍ଲାଇଛନ୍ତି. ଏଥିପାଇଁ ସେ ଦିଲ୍ଲୀ ଆନ୍ଧ୍ର ଭବନରେ ଆମରଣ ଅନଶନ ଆରମ୍ଭ କରିଛନ୍ତି. ଏହି ଆନ୍ଦୋଳନରେ  ତାଙ୍କୁ ସମର୍ଥନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ. ସେଠାରେ ପହଞ୍ଚି ରାହୁଲ ସିଧାସଳଖ ମୋଦିଙ୍କୁ ଟାର୍ଗେଟ କରିଛନ୍ତି. ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ଆଖ୍ୟା ଦିଆଯାଉ ବୋଲି ରାହୁଲ କହିଛନ୍ତି. ଏହାସହ ସେ ରାଫେଲ ବିବାଦ ମଧ୍ୟ ଉଠାଇଛନ୍ତି. ମୋଦି, ଆନ୍ଧ୍ର ଜନତାଙ୍କ ପଇସା ନେଇ ଅନିଲ ଅମ୍ବାନୀଙ୍କୁ ଦେଇଛନ୍ତି. ସେମାନେ ଏକ ହୋଇ ବିଜେପିକୁ ହରାଇବେ ବୋଲି ମଧ୍ୟ ରାହୁଲ କହିଛନ୍ତି.

 

LEAVE A REPLY

Please enter your comment!
Please enter your name here