ହଁ ଖାକିରେ ଦାଗ. ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ବରଗଡ ଜିଲ୍ଲା ସୋହେଲା ଥାନା ଏଏସଆଇ ବନମାଳୀ କୁଅଁରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି. ବରଗଡ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ମେଲଛାମୁଣ୍ଡାରେ ଏହି ଘଟଣା ଘଟିଛି. ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ନାବାଳିକା ଜଣକ ଏ ସଂପର୍କରେ ସୋହେଲା ଥାନାରେ ଲିଖିତ ଅଭିଯୋଗ କରିଥିଲା. ସୂଚନା ଅନୁସାରେ, ଫେବୃୟାରୀ 8 ତାରିଖ ଦିନ ଝିଅଟି ଟ୍ୟୁସନ ଯାଇଥିଲା. ମାତ୍ର ସେହି ସମୟରେ ରିକୁ ନାଗ ନାମକ ଜଣେ ଯୁବକ ତାକୁ ଅପହରଣ କରି ଏଏସଆଇଙ୍କ ଭଡା ଘରେ ରଖି ଦୁଷ୍କର୍ମ କରିଥିଲା. ପରେ ଏଏସଆଇ ରାତିରେ ଝିଅଟିକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ. ପରେ ଖବର ପାଇ ଘଟଣାସ୍ଥଳରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା. ପରେ ନାବାଳିକାର ବାପା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି. ଏହି ଖବର ପ୍ରକାଶ ପାଇବା ପରେ ବରଗଡ ଏସପି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି.

LEAVE A REPLY

Please enter your comment!
Please enter your name here