ପୁଲୱାମାରେ ଆତଙ୍କୀ ହାମଲା ପରେ ଏବେ ଚାରିଆଡେ ହିଂସା, କ୍ରୋଧ ଆଉ ଶୋକ ଦେଖିବାକୁ ମିଳିଛି. ତେବେ ଏହା ଭିତରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ଆଶା ଆଶଙ୍କା ବଢିଯାଇଛି. ଯଦି ସରକାରଙ୍କ ଅନୁମତି ନ ମିଳେ ତାହେଲେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱି-ପାକ୍ଷିକ ମ୍ୟାଚ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଆଇପିଏଲ ଚେୟାରମ୍ୟାନ ରାଜୀବ ଶୁକ୍ଳା. ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଯଦି ସରକାର ଏ ନେଇ ଅନୁମତି ନ ଦିଅନ୍ତି, ତାହେଲେ ପାକିସ୍ତାନ ସହ ଖେଳିବାର ନାହିଁ. ଏ ସବୁ ଉପରେ ଖେଳ ଅଛି, ମାତ୍ର ଯଦି କୌଣସି ଆତଙ୍କବାଦୀ ପ୍ରାୟୋଜିତ ହେଉଛି, ତାହେଲେ ନିଶ୍ଚିତଭାବେ ଏହା ଖେଳକୁ ମଧ୍ୟ ପ୍ରଭାବିତ କରିବ ବୋଲି ସେ ପ୍ରକାଶ କରିଛନ୍ତି. ମାତ୍ର ବିଶ୍ୱ କପରେ ଭାରତ,ପାକିସ୍ତାନକୁ ଭେଟିବ କି ନାହିଁ ଏ ନେଇ ରାଜୀବ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି.

 

LEAVE A REPLY

Please enter your comment!
Please enter your name here