ଅପରାହ୍ନ ୪.୦୫ ସମୟରେ ରାଜଧାନୀ ଦିଲ୍ଲୀର ଲାଜପତ୍ ନଗର ନିକଟରେ ମେଟ୍ରୋ କୋଚ୍ ଉପରେ କାନ୍ଥ ଭୁଶୁଡିପଡିଥିଲା । ଘଟଣା ପରେ ମେଟ୍ରୋ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଜଙ୍ଗପୁରା ଷ୍ଟେସନ ରୁ ବାହାରି ଲାଜପତ୍ ନଗର ଦିଗରେ ଯାଉଥିବା ସମୟରେ, ପ୍ରବଳ ବର୍ଷା ପବନ ଯୋଗୁଁ ଲାଇନ ପାଶ୍ୱର୍ରେ ଥିବା କାନ୍ଥ ଖସିପଡିଥିଲା । ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଲାଜପତ୍ ନଗର ଷ୍ଟେସନ ରେ ପହଁଞ୍ଚାଇ ଦିଆଯାଇଛି । ଅନ୍ୟପଟେ କାନ୍ଥ ହଟାଇବା କାମ ଆରମ୍ଭ ହୋଇଯାଇଛି । ଏନେଇ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here