ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ ଏବେ ଆଇସିୟୁରେ. ତାଙ୍କର ଏପରି ଏକ ଆଲର୍ଜି ହୋଇଛି, ଯେଉଁଥିପାଇଁ ସେ ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି. ଏହି କଥା ସୋନୁ ନିଜେ ଇନଷ୍ଟ୍ରାଗ୍ରାମରେ କହିଛନ୍ତି. ନିଜର ଦୁଇଟି ଫଟୋ ସୋନୁ ଶେୟାର କରିଛନ୍ତି. ଯେଉଁଥିରେ ତାଙ୍କର ଗୋଟିଏ ପଟ ଆଖି ଫୁଲିଯାଇଛି ଓ ଅନ୍ୟଟିରେ ସେ ଅକ୍ସିଜେନ ମାସ୍କ ପିନ୍ଧି ହସ୍ପିଟାଲ ବେଡ୍ ରେ ଶୋଇଛନ୍ତି. ଏହାପରେ ସେ ଲେଖିଛନ୍ତି ଯେ, ‘କୌଣସି ପ୍ରକାର ଆଲର୍ଜିକୁ ଅଣଦେଖା କରିବା ଉଚିତ ନୁହେଁ. ଆଉ ମୁଁ ଯଦି ସମୟ ଥାଇ ଚିକିତ୍ସା କରିନଥାନ୍ତି, ତାହେଲେ ହୁଏତ ଏହା ସାଂଘାତିକ ହୋଇଥାନ୍ତା. ଆପଣମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ’.

LEAVE A REPLY

Please enter your comment!
Please enter your name here