ରାଜ୍ୟରେ ଦେଖାଦେଇଥିବା ଉତ୍କଟ ବେକାରୀ ସମସ୍ୟାକୁ ନେଇ ଗୁରୁବାର ବିଧାନସଭା ଘେରିଛି ବିଜେପି ଯୁବ ମୋର୍ଚ୍ଚା । ରାଜଧାନୀ ରାଜରାସ୍ତାରେ ନିଜର ଶକ୍ତି ଦେଖାଇଛି ଯୁବ ମୋର୍ଚ୍ଚା । କର୍ମୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଆନେ୍ଦାଳନରେ ସାମିଲ ହୋଇଥିଲେ ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ସାଂସଦ ପୁନମ ମହାଜନ । ହଜାର ହଜାର ଯୁବମୋର୍ଚ୍ଚା କର୍ମୀ ଲୋୟର ପିଏମଜିରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀ ବାରିକେଡ ଡେଇଁବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ବାଧା ଦେଇଥିଲା । ଫଳରେ କିଛି ସମୟ ପାଇଁ ଯୁବମୋର୍ଚ୍ଚା କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here