ପରଲୋକରେ ବରିଷ୍ଠ ବିଜେପି ନେତ୍ରୀ ସଞ୍ଚିତା ମହାନ୍ତି। ଆଜି ସକାଳେ ସେ ଅସୁସ୍ଥତା ଅନୁଭବ କରିବାପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଅନେକ ଦିନ ଧରି ସେ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ସେ ୨୦୦୪ରୁ ୨୦୦୯ ଯାଏ କୋରେଇ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବହୁ ବିଜେପି ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ସଞ୍ଚିତା ମହାନ୍ତି ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ୨୦୦୪ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟିକା ହୋଇଥିଲେ। ସଞ୍ଚିତା ମହାନ୍ତିଙ୍କୁ ଦଳର ଜଣେ ବରିଷ୍ଠ ଏବଂ ପ୍ରମୁଖ ନେତ୍ରୀ ଭାବରେ ବିବେଚନା କରାଯାଉଥିଲା। ସେ ଦଳର ସାଂଗଠନିକ ଗଠନକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବିଧାୟକ ଭାବରେ ତାଙ୍କର କାର୍ଯ୍ୟକାଳ ସମାପ୍ତ କରିବା ପରେ ମଧ୍ୟ, ମହାନ୍ତି ଦଳ ସହିତ ଘନିଷ୍ଠ ଭାବରେ ଜଡିତ ଥିଲେ।













