ଆଜି ଉଦ୍‌ଘାଟନ ହେବ ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଶୁଭ ଉଦ୍‌ଘାଟନ କରିବେ, ଏହା ପରେ ଆରମ୍ଭ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଆଜି ଐତିହାସିକ ବାଲିଯାତ୍ରାର ପ୍ରଥମ ସନ୍ଧ୍ୟାରେ ତଳ ବାଲିଯାତ୍ରା ପଡ଼ିଆରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ସନ୍ଧ୍ୟା ପ୍ରାୟ ୬ ଘଟିକା ସମୟରେ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଶୁଭ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ ।ଏହି ଅବସରରେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ୍. କୃଷ୍ଣମୂର୍ତ୍ତି ଓ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହିବେ ।କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହେଉଥିବା ଐତିହାସିକ ବାଲିଯାତ୍ରା କଟକ-୨୦୨୫ ଏବେ ୮ ଦିନ ଧରି ଚାଲିବ । ଆସନ୍ତା ନଭେମ୍ବର ୧୨ରେ ଏହାର ଶେଷ ଦିନ ହେବ।

LEAVE A REPLY

Please enter your comment!
Please enter your name here