ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶକ୍ତ ଆଘାତ ଯୋଗୁଁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ୱଷ୍ଟ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ଜିଆରପି ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ତଦନ୍ତ ଆଗକୁ ବଢାଇଛି । ଏପଟେ ଆଦିତ୍ୟଙ୍କ ସଙ୍ଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ଜିଆରପି ତଦନ୍ତ ଆରମ୍ଭ କରିଛି । ଏପଟେ ଜବତ ଡାଏରୀରେ ଡୋନେସନ ବାବଦରେ ମିଳିଥିବା ଅର୍ଥ ଖର୍ଚ୍ଚରେ ଚାଲିଛି ଖୋଳତାଡ । ଆଦିତ୍ୟ ଏବଂ ତାଙ୍କ ପତ୍ନୀଙ୍କ ମୋବାଇଲ ପୋଲିସ ଜବତ କରି ଅନୁସନ୍ଧାନ ଚଳାଇଛି । କଲ ଡିଟେଲ୍ସ ଯାଞ୍ଚ କରୁଛି ପୋଲିସ । ଏପ୍ଣେଙ୍କ ଆଦିତ୍ୟଙ୍କ ସୁଇସାଇଡ୍ ନୋଟ ଭାଇରାଲ ହୋଇଛି । ଯେଉଁଥିରେ ତାଙ୍କର କିଛି ରୋଚକ ଭରା ଧାଡିକୁ ନେଇ ଚର୍ଚ୍ଚା । ଆଦିତ୍ୟ ଲେଖିଛନ୍ତି , ଏ ଦେଶର ଯୁବକ ସରକାରଙ୍କ ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁ କ୍ଷେତ୍ରରେ ଶକ୍ତିଶାଳୀ କର । ନହେଲେ ବଞ୍ଚିବା ମୁସ୍କିଲ କରିଦେବେ । ତା ସହ ଓଡିଶାରୁ ମଦ ହଟିଲେ ମୋ ଆତ୍ମାକୁ ଚିରଶାନ୍ତି ମିଳିବ ବୋଲି ଆଦିତ୍ୟ ଲେଖିଛନ୍ତି । ଏହି ନୋଟକୁ ଏବେ ନେଇ ଚାଲିଛି ଚର୍ଚ୍ଚା ।

LEAVE A REPLY

Please enter your comment!
Please enter your name here