ଓଡିଶା ପୋଲିସ ସବ ଇନସପେକ୍ଟର ପରୀକ୍ଷାରେ ବିଭ୍ରାଟ । କୋଶ୍ଚିନ ପେପର ଡାଉନଲୋଡ ହୋଇପାରୁ ନ ଥିବାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ବେଳେ କଟକ, ଚୌଦ୍ବାର ଓ ବାଲେଶ୍ବରରେ ପରୀକ୍ଷାର୍ଥୀମାନେ ହଟ୍ଟଗୋଳ କରିଛନ୍ତି । କୋଶ୍ଚିନ ପେପରରେ ବିଭ୍ରାଟ ଦେଖାଦେବା ପରେ ଓପିଆରବି ଅଧ୍ୟକ୍ଷ ସୁଧାଂଶୁ ଷଡଙ୍ଗୀ ଆଜିର ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ଟ୍ବିଟ କରି ଜଣାଇଛନ୍ତି । ସଫ୍ଟଓ୍ବେୟାରରେ ତ୍ରୁଟି ଯୋଗୁ କୋଶ୍ଚିନ ପେପର ଡାଉନଲୋଡ୍ ହୋଇପାରି ନଥିବା କହିଛନ୍ତି । ପରବର୍ତ୍ତୀ ପରୀକ୍ଷା କାର୍ଯ୍ୟସୂଚୀ ସଂପର୍କରେ ପରୀକ୍ଷାର୍ଥୀଙ୍କୁ ମେଲ୍ ଜରିଆରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି । ବାରମ୍ବାର ଏସଆଇ ପରୀକ୍ଷା ପରିଚାଳନାରେ ତ୍ରୁଟି ଦେଖାଦେଉଥିବାରୁ ଅନେକ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।