ମାଲକାନଗିରିରେ ମାତିଲେ ମାଓବାଦୀ । ଦୁଇଜଣଙ୍କୁ ବିଭସô ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ରାଲେଗଡା ପଞ୍ଚାୟତ ବିରବରଂ ଗାଁରେ ଏଭଳି ଘଟଣା ଘଟିଛି । ଆଜି ଭୋରରେ ଗାଁର ଭାସ୍କର ରାଓ ଓ ସତୀବାବୁଙ୍କୁ କିଛି ମାଓବାଦୀ ଆସି ଡାକିନେଇଥିଲେ । ପରେ ଦୁଇଜଣଙ୍କୁ ହତ୍ୟା କରିଛନ୍ତି ସେମାନେ । ପୋଲିସ ଇନଫର୍ମର ସନେ୍ଦହରେ ସେମାନଙ୍କୁ ହତ୍ୟା କରାଯାଇଥିବା ସୁଚନା ରହିଛି । ମାଓବାଦୀମାନେ ଘଟଣାସ୍ଥଳରେ ପୋଷ୍ଟର ମଧ୍ୟ ଲଗାଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here