ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ରାଜନୀତିରେ ତାତି ଜୋର ଧରିଛି. କିଏ କେଉଁ ଉପାୟରେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବ ସେଥିପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି. ଏହି ପରିପ୍ରେକ୍ଷୀରେ ଆସନ୍ତା 29 ଓ 1 ତାରିଖରେ ଓଡିଶା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ନିଜ ଦଳକୁ ସୁଦୃଢ କରିବା ପାଇଁ ମୋଦି ଓଡିଶା ଆସିବେ. ମାର୍ଚ୍ଚ 29 ତାରିଖରେ ଜୟପୁରରେ ଆୟୋଜିତ ବିଶାଳ ସମାବେଶରେ ମୋଦି ଯୋଗ ଦେବେ. ଏହାଛଡା ଏପ୍ରିଲ 1 ତାରିଖରେ କଳାହାଣ୍ଡିରେ ଆୟୋଜିତ ସମାବେଶରେ ମଧ୍ୟ ଯୋଗ ଦେବେ ମୋଦି. ତେବେ ମୋଦିଙ୍କ ପୂର୍ବରୁ 26 ତାରିଖରେ 6 ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଓଡିଶା ଗସ୍ତ କରୁଛନ୍ତି. ଯାହାମଧ୍ୟରେ ରାଧାମୋହନ ସିଂଙ୍କ ସହ ଶିବରାଜ ସିଂ ଚୌହାନ, ଆରକେ ସିଂ, ରାମ ବିଚାର ନେତମ, ସଂଜୟ ପାଶ୍ୱାନ, ଜୟନ୍ତ ସିହ୍ନା ସାମିଲ ଅଛନ୍ତି. ଏନେଇ ରବିବାର ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି.