ରବିବାର ବିଜେଡିରେ ଯୋଗ ଦେଇଛନ୍ତି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ. କଂଗ୍ରେସରୁ ଇସ୍ତଫା ଦେବାପରେ ସେ ବିଜୁ ଜନତା ଦଳରେ ଯୋଗ ଦାନ ଦେଇଛନ୍ତି. ତୁଲେଶ୍ୱର କଂଗ୍ରେସର ପୁରୁଣା ନେତା ତଥା କଲାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସର ସଭାପତି ରୂପେ କାର୍ଯ୍ୟ କରୁଥିଲେ. ଜୁନାଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ପାଇଁ ସେ ଆଶାୟୀ ପ୍ରାର୍ଥୀ ଥିଲେ. ମାତ୍ର ଦଳ ତାଙ୍କୁ ଟିକଟ ଦେଲା ନାହିଁ. ଯେଉଁଥିପାଇଁ ସେ କଂଗ୍ରେସରୁ ଇସ୍ତଫା ଦେବା ସହ ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି. ଦଳ ତାଙ୍କୁ ଅଣଦେଖା ମଧ୍ୟ କରିଥିବା ସେ କହିଛନ୍ତି.

LEAVE A REPLY

Please enter your comment!
Please enter your name here