ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଶୁକ୍ରବାର ଓଡିଶା ଆସୁଛନ୍ତି ଆମିକସ କ୍ୟୁରୀ ରଞ୍ଜିତ କୁମାର. ଆଜି ଓଡିଶାରେ ପହଞ୍ଚିବା ପରେ ଆସନ୍ତା କାଲି ସେ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି. ତେବେ ଭକ୍ତଙ୍କଠାରୁ ଦାନ ଦକ୍ଷିଣା ଆଦାୟ ବନ୍ଦ, ଅନ୍ନଦାନ ଅଟିକା ଓ ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ସଂପର୍କରେ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି. କାରଣ ଏହି ସବୁ ପ୍ରସଙ୍ଗ ଉପରେ ନିଯୋଗ ସହମତି ଦେଇ ନଥିବାରୁ ଏହାକୁ ଆମିକସ କ୍ୟୁରୀଙ୍କ ନିକଟରେ ନିଯୋଗ ଉପସ୍ଥାପନ କରିପାରେ. ଆସନ୍ତା 27 ତାରିଖରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ଉପରେ ଶୁଣାଣି କରିବାକୁ ଥିବା ବେଳେ ବର୍ତ୍ତମାନ ଆମିକସ କ୍ୟୁରୀଙ୍କ ପୁରୀ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି.














