କଟକ ବଡ ମେଡିକାଲରୁ ଆସିଲା ଅବ୍ୟବସ୍ଥାର ଚିତ୍ର । ମୋବାଇଲ ବନ୍ଧା ରଖିଲେ ମିଳୁଛି ଷ୍ଟ୍ରେଚର ଏବଂ ହ୍ୱିଲ ଚେୟାର । ରୋଗୀଙ୍କୁ ନେବା ଆଣିବା ପାଇଁ ଦରକାର ପଡିଥାଏ ଷ୍ଟ୍ରେଚର କିମ୍ବା ହ୍ୱିଲ ଚେୟାର । ଏବଂ ଏହାକୁ ବ୍ୟବହାର କରିବା ପାଇଁ ଏବେ କଟକ ବଡ ମେଡିକାଲରେ ମୋବାଇଲ ବନ୍ଧା ପଡୁଛି । ଯାହାର ମୋବାଇଲ ନାହିଁ ତାର ରୋଗୀଙ୍କୁ ମିଳୁନି ଷ୍ଟ୍ରେଚର । ଏସସିବିର ଟ୍ରମା କାଜୁଆଲିଟିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାକୁ ଆସୁଥିବା ଗୁରୁତ୍ତର ରୋଗୀଙ୍କୁ କାଚଆଲିଟିରୁ ସିଟି ସ୍କାନ, ଏକ୍ସରେ , ଅଲଟ୍ରାସାଉଣ୍ଡ, ଏମଆରଆଇ ଏବଂ ଅନ୍ୟାନ୍ୟ ପରୀକ୍ଷା ପାଇଁ ବିଭିନ୍ନ ବିଭାଗକୁ ଯିବାକୁ ପଡିଥାଏ । ତେବେ ଏହା କାଜୁଆଲିଟି ଠାରୁ ଦୂରରେ ଥିବା ଯୋଗୁଁ ଷ୍ଟ୍ରେଚର କିମ୍ବା ହ୍ୱିଲ ଚେୟାର ଆବଶ୍ୟକ । ଏଥିପାଇଁ ସେଠାରେ ଥିବା ଘରୋଇ ଠିକା ସଂସ୍ଥା ପାଖରେ ନିଜ ମୋବାଇଲକୁ ରଖିବା ପାଇଁ ପଡିଥାଏ । ଫଳରେ ରୋଗୀଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାର ସାମ୍ନା କରୁଛନ୍ତି । ଏସସିବି ଟ୍ରମା କାଜୁଆଲିଟିରେ ଷ୍ଟ୍ରେଚର ଏବଂ ହ୍ୱିଲ ଚେୟାର ଅଭାବ ଯୋଗୁଁ ରୋଗୀଙ୍କୁ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here