ପାଟିରେ ପଶିଛି ପାଇପ । ଆଉ ଏହି ପାଇପ ମାଧ୍ୟମରେ ଚାଲିଛି ଗୋଟିଏ ପାତ୍ରରୁ ଅନ୍ୟ ଏକ ପାତ୍ରକୁ କ୍ଷୀର ସ୍ତାନାନ୍ତର । ଦୃଶ୍ୟ ବାଲେଶ୍ୱର ଗୋପାଳପୁର ଦୁଗ୍ଧ ଉତ୍ପାଦକ ମହିଳା ସମବାୟ ସମିତିର । କରୋନା ପାଇଁ ଲୋକଙ୍କୁ ସଚେତନ ଏବଂ ସୁରକ୍ଷିତ ରହିବା ପାଇଁ ସରାକାରଙ୍କ ବହୁ ନିୟମ । କିନ୍ତୁ ଏ ଦୃଶ୍ୟ ହିଁ ବୟାନ କରୁଛି ଆମେମାନେ କେତେ ସୁରକ୍ଷିତ । କ୍ଷୀର ଉତ୍ପାଦନ କ୍ଷେତ୍ରରେ ନା ଅଛି ସାମାଜିକ ଦୂରତା ନାଁ ଅଛି ମାସ୍କ ନାଁ ହାତରେ ଗ୍ଲୋବସ । ବାଲେଶ୍ୱରରେ କରୋନା ହୁ ହୁ ହୋଇ ବଢୁଥିବାବେଳେ ଏ ଦୃଶ୍ୟ ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ଖାଲି ଏତିକି ନୁହେଁ ସିଧା ସଳଖ ଲୋକେ ପିଉଥିବା କ୍ଷୀରରେ ମୁହଁ ଲଗାଇ ଅଇଁଠା କରି ଲୋକଙ୍କୁ କ୍ଷୀର ଯୋଗାଉଛନ୍ତି କର୍ମଚାରୀ । ସମବାୟ ସମିତିରୁ କ୍ଷୀର ଯାଉଛି ଓମଫେଡକୁ । ଆଉ ଆମେ ସରକାରୀ କାରଖାନାରେ ପ୍ରସ୍ତୁତ କ୍ଷୀରକୁ ଅଧିକ ବିଶୁଦ୍ଧ ଭାବି ପ୍ରତିଦିନ ଖାଦ୍ୟରେ ସାମିଲ କରିଥାଉ । ସମବାୟ ସମିତିର ଏ ଦୃଶ୍ୟ ବର୍ଣ୍ଣନା କରୁଛି, କେତେ ବେପରଓା ଆମ ସରକାରୀ ସଂସ୍ଥା ।

LEAVE A REPLY

Please enter your comment!
Please enter your name here