ଜୋରସୋରରେ ଚାଲିଛି ସ୍କୁଲ ବସ୍‌, ଅଟୋ ଚେକିଂ । ଆଜି ଭୁବନେଶ୍ୱରରେ ଏକ ସ୍କୁଲ ବସକୁ ୨ ଲକ୍ଷ ୩୩ ହଜାର ଟଙ୍କାର ଜରିମାନା କରିଛି ପରିବହନ ବିଭାଗ । ଭୁବନେଶ୍ୱର ଡମଣା ଛକ ନିକଟରେ ଯାଞ୍ଚ ବେଳେ ଚାଲାଣ କଟାଯାଇଛି । ସ୍କୁଲ ବସକୁ ଜବତ କରିଛି ପରିବହନ ବିଭାଗ । ବସର ପରମିଟ, ବୀମା , ପଲ୍ୟୁୂସନ ବାବଦରେ ଫାଇନ୍ କଟାଯାଇଛି । ଟିକସ ବକେୟା ଅଭିଯୋଗରେ ୨ ଲକ୍ଷ ୫ ହଜାର , ପଲ୍ୟୁସନ ପାଇଁ ୧୦ ହଜାର , ପରମିଟ୍ ପାଇଁ ୧୦ ହଜାର ଟଙ୍କା ଫାଇନ୍ ହୋଇଛି ।

LEAVE A REPLY

Please enter your comment!
Please enter your name here