ତେଲ ଦର କମିବାରୁ କମିଛି ବସ୍ ଭଡା । ଅର୍ଡିନାରୀ ବସ୍ ଭଡା ୯୨ ପଇସାରୁ ୩ ପଇସା କମି ୮୯ ପଇସାକୁ ହ୍ରାସ ପାଇଛି । ସେହିପରି ଏକ୍ସପ୍ରେସ୍ ବସ ଭଡା ୯୬ ପଇସାରୁ ୩ ପଇସା କମିଛି । ଏବେ ଏକ୍ସପ୍ରେସ ବସ୍ ଭଡା ୯୩ ପଇସା ହୋଇଥିବାବେଳେ ଡିଲକ୍ସ ବସ ଭଡା ୧ ଟଙ୍କା ୩୫ରୁ କମି ୧ ଟଙ୍କା ୨୯ ପଇସାକୁ ହ୍ରାସ ପାଇଛି । ଏସି ଡିଲକ୍ସ ବସ୍ ଭଡା ୧ ଟଙ୍କା ୬୩ ପଇସାରୁ କମି ଟଙ୍କାଏ ୫୭ ପଇସା ହୋଇଛି । ସୁପର ପ୍ରିମିୟମ ବସ୍ ଭଡା ୨ ଟଙ୍କା ୫୩ରୁ କମି ୨ ଟଙ୍କା ୪୪ ପଇସା ହ୍ରାସ ପାଇଛି ।

LEAVE A REPLY

Please enter your comment!
Please enter your name here