ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲୁଥିବା କୁମ୍ଭରେ ନିଆଁ ଲାଗିବା ପିଛା ଛାଡୁନି. ଥରକୁ ଥର ଟେଣ୍ଟରେ ନିଆଁ ଲାଗୁଛି. ପୂର୍ବରୁ ଦୁଇ ଥର ଅଗ୍ନିକାଣ୍ଡ ଘଟିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ପୁଣି ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି. ସୂଚନା ଅନୁସାରେ, ବିଳମ୍ବିତ ରାତିରେ ବିହାର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ କ୍ୟାମ୍ପରେ ହଠାତ ନିଆଁ ଲାଗିଯାଇଥିଲା. ଫଳରେ ତାଙ୍କ ଟେଣ୍ଟ ସଂପୂର୍ଣ୍ଣରୂପେ ଜଳି ପାଉଁଶ ହୋଇଯାଇଛି. ଏହି ଘଟଣା ଘଟିବା ସମୟରେ ଲାଲଜୀ ଶୋଇଥିଲେ. ଏଥିରେ ତାଙ୍କର କିଛି କ୍ଷତି ହୋଇନଥିବା ବେଳେ ତାଙ୍କ ଚଷମା, ଘଣ୍ଟା, ମୋବାଇଲ ଓ ଅନ୍ୟ ଜିନିଷ ଜଳିଯାଇଥିବା ସୂଚନା ମିଳିଛି. କହିବାକୁ ଗଲେ, ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି ଲାଲଜୀ. ଏହି ଘଟଣା ପରେ ଲାଲଜୀଙ୍କୁ କୁମ୍ଭମେଳାର ସର୍କିଟ ହାଉସକୁ ସ୍ଥାନାନ୍ତର କରାଯାଇଛି. ରାତି ପ୍ରାୟ 2.30ରେ ଏହି ଘଟଣା ଘଟିଥିବା ବୋଲି କୁହାଯାଉଛି.

LEAVE A REPLY

Please enter your comment!
Please enter your name here