ସମସ୍ତଙ୍କର ଲୋକପ୍ରିୟତା ହାସଲ କରିପାରିଥିବା ଟିକ୍ ଟିକ୍ ଆପ୍ ଉପରେ ଏବେ ଲାଗିବ କି ରୋକ୍ ?  କାରଣ ଏବେ ଦିନକୁ ଦିନ ଟିକ୍ ଟିକ୍ ମାଧ୍ୟମରେ ଯେଉଁ ଅଶ୍ଳିଳତା ପ୍ରଦର୍ଶନ କରାଯାଉଛି, ତାକୁ ବନ୍ଦ କରିବା ପାଇଁ ଏବେ ତାମିଲନାଡୁ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ. ତାମିଲନାଡୁ ସରକାର ଏହା ଉପରେ ବିଚାର କରୁଥିବା କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏମ୍. ମଣିକନ୍ଦନ. ଏହି ଆପ୍ ଜରିଆରେ ତାମିଲ ସଂସ୍କୃତିକୁ ନିଚ୍ଚ ଦେଖାଇବା ପାଇଁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି. ଯେଉଁଭଳି ଭାବେ ବ୍ଲୁ ହ୍ୱେଲ ଗେମ ଉପରେ ପ୍ରତିବନ୍ଧକ ଲଗାଗଲା ଠିକ୍ ସେହିପରି ଟିକ୍ ଟିକ୍ ଆପ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବା ଉଚିତ୍ ବୋଲି ମନ୍ତ୍ରୀ ଏମ୍. ମଣିକନ୍ଦନ କହିଛନ୍ତି. ଚୀନ କମ୍ପାନୀ ବାଇଟ ଡ୍ୟାନ୍ସର ଟିକ୍ ଟକ୍ ହେଉଛି ଏକ ଆପ୍. ଯାହାମାଧ୍ୟମରେ 15 ସେକେଣ୍ଡର ଭିଡିଓ କରି ସେୟାର କରାଯାଇପାରେ. 2016 ମସିହା ସେପ୍ଟେମ୍ବର ମାସରେ ଚୀନରେ ଏହାକୁ ପ୍ରଥମେ ଲଞ୍ଚ କରାଯାଇଥିଲା. 2018 ମସିହାରେ ଦ୍ରୁତ ଗତିରେ ଏହାର ଲୋକପ୍ରିୟତା ବଢିଥିଲା. ଭାରତରେ ମଧ୍ୟ ଏହାର କ୍ରେଜ ରହିଥିବା ବେଳେ ବିଶେଷ ଭାବରେ ଯୁବପୀଢିଙ୍କ ମଧ୍ୟରେ ଟିକ୍ ଟକ୍ ନିଶା ରହିିଛି.

LEAVE A REPLY

Please enter your comment!
Please enter your name here