ମହାକାଳପଡାରେ ଲୋକାର୍ପଣ ହେଲା ପ୍ରଥମ ବୋଟ୍ ଆମ୍ବୁଲାନ୍ସ । ପାଣି ଘେରିରେ ଥିବା ଗାଁ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବା ନିମନ୍ତେ ଓଡିଶା ସରକାର ପ୍ରଥମଥର ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ବୋଟ ଆମ୍ବୁଲାନସ ସେବା ଆରମ୍ଭ କରିଛନ୍ତି । ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ବାଟୀଘରରେ ମଙ୍ଗଳବାର ଦିନ ମହାକାଳପଡାର ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏହି ସେବାକୁ ସବୁଜ ପତାକା ଦେଖାଇ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି । ଫଳରେ ମହାକାଳପଡା,ରାଜନଗର ତଥା ଅନ୍ୟ ବ୍ଲକର ନଦୀକୂଳରେ ରହୁଥିବା ୨୫,୦୦୦ ଲୋକ ଉପକୃତ ହେବେ । ଆମ୍ବୁଲାନ୍ସରେ ଆବଶ୍ୟକ ସମସ୍ତ ଚିକିସôା ଉପକରଣ ଉପଲବ୍ଧ ହେବା ସହିତ ଏହା ୨୪ଘଣ୍ଟା କାର୍ଯ୍ୟ କରିବ ।

LEAVE A REPLY

Please enter your comment!
Please enter your name here