ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଏକତାଳି ନିକଟରେ ଏକ କେମିକାଲ ବୋଝେଇ ଟ୍ରକରେ ଲାଗିଯାଇଛି ନିଆଁ. ବୁଧବାର ସକାଳ ସମୟରେ କେମିକାଲ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ 60 ନମ୍ବର ଜାତୀୟ ରାଜପଥ ନିକଟରେ ଓଲଟି ପଡିଥିଲା ଏବଂ ସେଥିର ନିଆଁ ଲାଗିଯାଇଥିଲା. ପରେ ଖବର ପାଇ ଜଳେଶ୍ୱର ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ. ତେବେ ଟ୍ରକଟି ଓଲଟି ପଡିବାରୁ ଅଧିକ ଗ୍ୟାସ ନିର୍ଗତ ହୋଇ ଚାଷ ଜମିରେ ମିଶିଯାଇଛି. ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here