ଏସସିବି ଘଟଣାକୁ ନେଇ ଗୃହରେ ଆଜି କଳା ଟି-ସାର୍ଟ ପିନ୍ଧି ବିରୋଧୀ ସଦସ୍ୟମାନେ ନାରାବାଜି କରିଛନ୍ତି । କଳା ରଙ୍ଗର ଟି-ସାର୍ଟ ପିନ୍ଧି ଗୃହରେ ହଙ୍ଗମା କରିଛନ୍ତି। ଯାହା ଫଳରେ ବାଚସ୍ପତି ବାଧ୍ୟ ହୋଇ ପ୍ରଶ୍ନକାଳକୁ ବାତିଲ କରିଥିଲେ। ବିଜେଡିର କଳା ପୋଷାକ ପିନ୍ଧା ପ୍ରତିବାଦକୁ ତୀବ୍ର ନିନ୍ଦା କରିଛି ବିଜେପି। ବିଧାୟକ ଅଶୋକ ମହାନ୍ତି କହିଛନ୍ତି, “ବିଜେଡି ପୁଣିଥରେ କଳା ସାମ୍ରାଜ୍ୟ ଚଲାଇବାକୁ ଚାହୁଁଛି। ବିରୋଧୀ କଳା ପୋଷାକ ପିନ୍ଧି ପ୍ରତିବାଦ କରିବେ ହେଲେ ବିଧାନସଭାରେ ଆଲୋଚନା କରିବେ ନାହିଁ। ଏହା କି ପ୍ରକାର ଘଟଣା। ଏଭଳି ଘଟଣାକୁ ନିନ୍ଦା କରୁଛି ବୋଲି କହିଛନ୍ତି ବିଧାୟକ ଅଶୋକ ମହାନ୍ତି। ବିଧାନସଭା ଲୋକଙ୍କ ସୁବିଧା ପାଇଁ କାମ କରୁଛି। ବିଧାନସଭା ଚାଲିଲେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟ ସେବାରେ ଲୋକଙ୍କୁ ଲାଭ ମିଳିବ। ହେଲେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଏହା ଚାଲିପାରୁନି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଯଥାର୍ଥ ନୁହେଁ। ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଯାହା କରିବା କଥା, ସେ କରିଛନ୍ତି।” ବିଜେଡି ଭାଗ ହୋଇଯିବା ପ୍ରସଙ୍ଗକୁ ଉଲ୍ଲେଖ କରି ସେ କହିଛନ୍ତି,“ବିଜେଡି ଏବେ ଦୁଇ ଭାଗରେ ଭାଙ୍ଗିଯାଇଛି, ନବୀନ ବିଜୁ ଟ୍ରଷ୍ଟକୁ ନେଇ ଦିଲ୍ଲୀରେ ରାଜ୍ୟର ପଇସା କାହିଁକି ରଖିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏ ପ୍ରସଙ୍ଗକୁ ଲୁଚେଇବା ପାଇଁ ଗୃହ ଚଲାଇ ଦେଉ ନାହାନ୍ତି। ରାଜ୍ୟସଭା ନିର୍ବାଚନ ପରେ କଂଗ୍ରେସ ମଧ୍ୟ ବିଜେଡି ମିଶି ଯାଇଛନ୍ତି ବୋଲି ସେ କହିଛନ୍ତି।” ବିରୋଧୀଙ୍କ ପ୍ରତିବାଦକୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ କହିଛନ୍ତି, “ବିଜେଡି ନିଜ ଦୋଷ ଦୁର୍ବଳତା ଲୁଚେଇବାକୁ ଏମିତି କରୁଛନ୍ତି। ତାଙ୍କ ମୁଖ୍ୟମନ୍ତ୍ରୀ ଦୁର୍ବଳ ଥିଲେ। ଆମ ମୁଖ୍ୟମନ୍ତ୍ରୀ ସବଳ ଅଛନ୍ତି। ଆମ ଶାସନ କାହା ଇଙ୍ଗିତରେ ଚାଲି ନାହିଁ। ନୂଆପଡା ଉପନିର୍ବାଚନରେ ପରାଜୟ ଓ ରାଜ୍ୟସଭା ନିର୍ବାଚନରେ ପରାଜୟକୁ ନେଇ ସେ ଭୟବିତ। ନିଜ ଦଳ ଭିତରେ ଯେଉଁ ବିଶୃଙ୍ଖଳା ଅଛି ତାକୁ ଲୁଚେଇବା ପାଇଁ ଏଭଳି ନାଟକ କରୁଛନ୍ତି। ଏହା ରାଜ୍ୟରେ ଏକ କଳଙ୍କିତ ଅଧ୍ୟାୟ” ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here