ଆଜି ବିଧାନସଭାରେ ସୁରୁଖୁରୁରରେ ଚାଲିପାରିଲାନି ଗୃହ। SCB ଅଗ୍ନିକାଣ୍ଡ ଘଟଣାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି। ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେଡି ବିଧାୟକ ନାରାବାଜି କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ହୋ-ହାଲ୍ଲା କରିଛନ୍ତି। ପ୍ରବଳ ହଟ୍ଟଗୋଳ ଯୋଗୁଁ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ କରାଯାଇଛି। ଲଗାତାର ଭାବେ ଗୃହରେ SCB ଅଗ୍ନିକାଣ୍ଡ ଘଟଣାକୁ ନେଇ ହଟ୍ଟଗୋଳ କରୁଛନ୍ତି ବିରୋଧୀ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ନିଷ୍କର୍ସ ବାହାରି ପାରୁନାହିଁ। ଏସ୍ସିବି ପ୍ରସଙ୍ଗରେ ଜିଦ୍ରେ ଅଟଳ ବିରୋଧୀ। ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ସମାନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ନାରାବାଜି କରୁଛନ୍ତି। SCB ମେଡିକାଲ ପୋଡ଼ି ପ୍ରସଙ୍ଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ ଥିବା ବେଳେ ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ଅସନ୍ତୋଷ ଦେଖାଦେଇଛି।












