ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ଗୋଆ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଅନେକ ଅଙ୍କ କଷା ଚାଲିଥିଲା. ମାତ୍ର ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପିର ପ୍ରମୋଦ ସାୱନ୍ତ. ସୋମବାର ରାତି 1.50 ମିନିଟରେ ସେ ଶପଥ ଗ୍ରହଣ କରିଛନ୍ତି. ରାଜ୍ୟପାଳ ମୃଦୁଳା ସିହ୍ନା, ପ୍ରମୋଦଙ୍କୁ ଏହି ଶପଥ ପାଠ କରାଇଛନ୍ତି. ପ୍ରମୋଦ କୋଙ୍କଣୀ ଭାଷାରେ ପ୍ରଥମେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଥିଲେ. ପରେ ଗୋଆ ଫରୱାର୍ଡ ପାର୍ଟିର ବିଜୟ ସରଦେଶାଇ ମନ୍ତ୍ରୀପଦର ଶପଥ ଗ୍ରହଣ କରିଥିଲେ. ତାଙ୍କ ପରେ ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟିର ସୁଦ୍ଦିନ ଧବଲେକର ପଦ ଓ ଗୋପନୀୟତାର ଶପଥ ନେଇଥିଲେ. ତେବେ ବିଜୟ ସରଦେଶାଇ ଓ ସୁଦ୍ଦିନ ଧବଲେକର ରାଜ୍ୟର ଡେପୁଟି ସିଏମ ଭାବେ ଶପଥ ନେଇଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here