କଟକରେ ପୋଲିସର ଏନକାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁ ଓରଫ ମନୁଆ. ଗତକାଲି ରାତିରେ କଟକର ମାଲଗୋଦାମ  ଅଞ୍ଚଳରେ ପୋଲିସ ଏହି ଏନକାଉଣ୍ଟର କରିଥିଲା. ଫଳରେ ମନୋଜର ବାମ ଗୋଡରେ ଗୁଳି ବାଜିଥିଲା. ମନୋଜ ମଧ୍ୟ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା. ଯେଉଁଥିରେ ମାଲଗୋଦାମ ଥାନାର ଆଇଆଇସି ରବିନାରାୟଣ ଭଞ୍ଜ ଆହତ ହୋଇଥିଲେ. ପୋଲିସ ମନୋଜ ନିକଟରୁ ତିନୋଟି ବୋମା ଜବତ କରିବା ସହ ତାକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରିଛି. ଶନିବାର ଦିନ ମାଲଗୋଦାମ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଉପରେ ହୋଇଥିବା ଆକ୍ରମଣରେ ମନୋଜର ସଂପୃକ୍ତି ଥିବା ପୋଲିସ କହିଛି. ଅନ୍ୟପଟେ ଚାଉଳିଆଗଞ୍ଜ ଓ ମାଲଗୋଦାମ ଥାନାରେ ମନୋଜ ନାଁରେ ଅନେକ ଏତଲା ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି.

 

LEAVE A REPLY

Please enter your comment!
Please enter your name here