ଆଉ ଦିନ କେତୋଟି ପରେ ସାଧାରଣ ନିର୍ବାଚନ. ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହେଲାଣି. ଆଉ ସବୁ ଦଳର ପ୍ରାର୍ଥୀ ତାଲିକା ଘୋଷଣା ଉପରେ ଏବେ ସମସ୍ତଙ୍କ ନଜର ରହିଛି. ଏହାରି ଭିତରେ ଶନିବାର ସିପିଆଇଏମର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି. ଭୁବନେଶ୍ୱର ଲୋକସଭା ଆସନ ପାଇଁ ଦଳ ଜନାର୍ଦ୍ଦନ ପତିଙ୍କୁ ମନୋନୀତ କରିଛି. ଅନ୍ୟପଟେ 11ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ  45 ଜଣିଆ ତାଲିକା ଘୋଷଣା କରାଯାଇଛି. ତେବେ ସିପିଆଇଏମ ପ୍ରଥମ ପର୍ଯ୍ୟାୟରେ କେରଳରୁ ସର୍ବାଧିକ 16 ଜଣଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି, ବିଜେଡି ଓ କଂଗ୍ରେସ କେବେ ନିଜ ପ୍ରାର୍ଥୀ ପତ୍ର ଘୋଷଣା କରିବେ ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି.

LEAVE A REPLY

Please enter your comment!
Please enter your name here