ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା ଘଟଣାରେ କେନ୍ଦ୍ରାଞ୍ଚଳ ଆଇଜି ସୈାମେନ୍ଦ୍ର ପ୍ରିୟଦର୍ଶୀ ତଦନ୍ତ ତଦାରଖ କରିବେ । ଡିଜିପି ବିଜୟ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି । ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚାଲିଥିବା ଡଜିପି କହିଛନ୍ତି ।ସୁଚନାଅନୁସାରେ ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନା ଗତକାଲି ରାତିରେ ନବୀନବାଗ ଅଞ୍ଚଳରେ ଥିବା ଦଳୀୟ କାର୍ଯ୍ୟାଳୟ ନିକଟରେ ଛିଡା ହୋଇଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ସେଠାକୁ ବାଇକ ଯୋଗେ ଆସିଥିଲେ । ଏହାପରେ ସେ ମଙ୍ଗୁଳିଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲା । ମଙ୍ଗୁଳିଙ୍କୁ ତୁରନ୍ତ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାର ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ଖୋର୍ଦ୍ଧା ବନ୍ଦ ଡାକରା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here