ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କରିଛି ପୋଲିସ. ଏହି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁରରେ. ରାଜଧାନୀ ପରେ ଏବେ ରାୟଗଡାରେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସାମ୍ନାକୁ ଆସିଛି. ପାଣି ଟ୍ୟାଙ୍କରରୁ ଗୋଟିଏ କି ଦୁଇଟି ବସ୍ତା ନୁହେଁ, ଜବତ ହୋଇଛି 22 ବସ୍ତା ଗଞ୍ଜେଇ. ଚଢଉ ସମୟରେ ପଦ୍ମପୁର ପୋଲିସ 4 ଜଣଙ୍କୁ ଗିରଫ କରିଛି. ଏହାସହ ସେମାନଙ୍କଠାରୁ 23 ହଜାର ଟଙ୍କା ସହ 4ଟି ମୋବାଇଲ ମଧ୍ୟ ଜବତ ହୋଇଛି. ଏଥିରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତର ଠିକଣା ମିଳିନଥିବା ବେଳେ ବହୁତ ଜଲଦି ତାକୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି. ଅନ୍ୟପଟେ ଆଜି ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି.














