ବିଜେପୁର ଉପନିର୍ବାଚନକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି | ସେପଟେ ନିର୍ବାଚନକୁ ନେଇ ଆରମ୍ଭ ହୋଇଗଲାଣି ବାର୍କ ଯୁଦ୍ଧ ତାସହ ନିର୍ବାଚନୀ ହିଂସା | ବିଜେପୁର ବ୍ଲକ ପଡା ଗାଁ ର ମନୋରଞ୍ଜନ ନାମକ ଜଣେ ବିଜେପି କର୍ମୀଙ୍କୁ କିଛି ଦୁର୍ବୁତ୍ତ ଭୁଜାଲିରେ ଆକ୍ରମଣ କରିଛନ୍ତି | ପୋଲିସ ସୂଚନ ଅନୁଯାଇ, ଶୁକ୍ରବାର ରାତି ପ୍ରାୟ ସାଢେ ୮ ଟା ସମୟରେ ମନୋରଞ୍ଜନ ନିଜ ସହଯୋଗୀଙ୍କ ସହ ସୋହେଲାରୁ ବାଇକ ଯୋଗେ ଘରକୁ ଫେରୁଥିଲେ | ଠିକ ସେହି ସମୟରେ ୪ରୁ ୫ ସଶସ୍ତ୍ର ଦୁର୍ବୁତ୍ତ ଗାଡିକୁ ଅଟକାଇ ମନୋରଞ୍ଜନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ | ମନୋଜଙ୍କ ହାତ ଓ ଛାତିରେ ଗଭୀର ଆଘାତ ଲାଗିଛି | ମନୋଜଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବିଜେପୁର ଡାକ୍ତରଖାନା ପରେ ବରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି |
ବିଜେପୁର: ପ୍ରଭାସ କୁମାର ସାହୁ

LEAVE A REPLY

Please enter your comment!
Please enter your name here