ଦୀର୍ଘ ୯ ମାସ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖିବାର ସୁଯୋଗ । ଧର୍ଯ୍ୟ ଆଉ ଅପେକ୍ଷାର ଘଟିଛି ଅନ୍ତ । ଭଗବାନ ସହ ଭକ୍ତର ହୋଇଛି ମହା ମିଳନ । ରତ୍ନ ବେଦୀରେ କାଳିଆ ଠାକୁରକୁ ଟିକେ ଦେଖିବାକୁ ସକାଳୁ ସକାଳୁ ଲାଇନ ରେ ରହିଥିଲେ ପୁରୀବାସୀ । ଶ୍ରୀମନ୍ଦିର ପାଖରେ ଥାଇ ବି କାଳିଆ ଦର୍ଶନରୁ ବଞ୍ଚିତ ଥିଲେ ଶୀକ୍ଷେତ୍ରବାସୀ । ଆଉ ଆଜି କାଳିଆକୁ ଦେଖିବା ପରେ ସମସ୍ତଙ୍କ ମୁହଁରେ ଚେନ୍ନାଇ ହସ । ହାତରେ ଆଧାର କାର୍ଡ ଆଉ ଟୋକନ୍ । ମାର୍କେଟ ଛକ ବ୍ୟାରିକେଟ ପାଖରୁ ଲାଇନ୍‌ରେ ରହିଥିଲେ ପୁରୀର ବିଭିନ୍ନ ସାହିର ଲୋକେ । ପ୍ରଶାସନ ପକ୍ଷରୁ ମିଳିଥିବା ଟୋକନ ଓ ନିଜ ପରିଚୟ ପତ୍ର ଦେଖାଇବା ପରେ କରାଯାଇଥିଲା ଟେଷ୍ଟିଂ । ଆଉ ମିଳିଥିଲା ଜଗା ଦର୍ଶନ । ଆଜି କାଳିଆ ଦର୍ଶନ ପାଇ ଯେମିତି ଭକ୍ତର ପେଟ ପୂରି ଯାଉଥିଲା । ଆଜିଠୁ ୬ଦିନ ଧରି ପୁରୀ ବାସୀଙ୍କ ପାଇଁ ଆରମ୍ଭ ହୋଇଥିବା ଦର୍ଶନର ପ୍ରଥମ ଦିନରେ ୨,୩, ୬, ୯, ୧୧, ୧୨ ଓ ୧୫ ନମ୍ବର ୱାଡବାସୀ ଜଗା ଦର୍ଶନର ସୁଯୋଗ ପାଇଛନ୍ତି । ଶ୍ରୀକ୍ଷେତ୍ରବାସୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ଏସପିଙ୍କ ନେତ୍ୱତ୍ୱରେ ୧୮ ପ୍ଲାଟୁନ୍ ଫୋର୍ସଙ୍କ ସହ ୨ ଅତିରିକ୍ତ ଏସପି , ୬ ଡିଏସପି , ୯ ଜଣ ଇନସ୍ପେକ୍ଟର ମୁତୟନ ହୋଇଛନ୍ତି । ବାହାର ଭକ୍ତ ଯେମିତି ଭିତରକୁ ପ୍ରବେଶ କରିପାରିବେନି ସେଥିପାଇଁ ବ୍ୟବସ୍ଥା କରାଯାଇଛି । ୩୧ ଯାଏ ପୁରୀବାସୀଙ୍କ ପାଇଁ ୱାଡୱାରୀ ଦର୍ଶନ ପରେ ନୂଆବର୍ଷର ପ୍ରଥମ ଦୁଇଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ୩ରୁ ପୁଣି ଆରମ୍ଭ ହେବ ସାଧାରଣ ଭକ୍ତଙ୍କ ଦର୍ଶନ । ଭକ୍ତ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଇ ଭିତରକୁ ପ୍ରବେଶ କରିବେ ।

LEAVE A REPLY

Please enter your comment!
Please enter your name here