ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା. ଧାନର ଅଭାବୀ ବିକ୍ରି ନେଇ ପୂର୍ବତନ ସାଂସଦ ସଦ ପ୍ରଦୀପ ମାଝିଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କଂଗ୍ରେସ ଧାରଣା ଦେଇଛି. ଚାଷୀଙ୍କୁ ଅଣଦେଖା କରି ମଣ୍ଡିରୁ ଧାନ ନ ଉଠାଇବା ନେଇ ଏହି ଧାରଣା ଦିଆଯାଇଛି. ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି କଂଗ୍ରେସ କର୍ମୀ ଓ ଚାଷୀମାନେ ଧାରଣାରେ ବସିଛନ୍ତି. ତେବେ ମଣ୍ଡିରୁ ଧାନ ନ ଉଠିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି କଂଗ୍ରେସ ଚେତାବନୀ ଦେଇଛି.

LEAVE A REPLY

Please enter your comment!
Please enter your name here