ଠକ ତାନ୍ତ୍ରିକ ମୌଲାନା କୈଫ ବିରୋଧରେ ଠକେଇ ମାମଲା ବଢି ବଢି ଚାଲିଛି । ଆଜି ଗିରଫ ମୌଲାନାକୁ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିବ । ଠକ ତାନ୍ତ୍ରିକର କାରନାମା ମିଡିଆରେ ଚର୍ଚ୍ଚା ହେବା ପରେ ଅଭିଯୋଗକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ମଙ୍ଗଳାବାଗ ଅଞ୍ଚଳର ଜଣେ ମହିଳା ଚାନ୍ତ୍ରିକଙ୍କ ମିଠା କଥାରେ ଫସି ଯାଇଥିଲେ । ଘରେ କୋଟି କୋଟି ଟଙ୍କା ମୂଲ୍ୟର ଗୁପ୍ତଧନ ଅଛି କହି 60 ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲା ତାନ୍ତ୍ରିକ । ମାତ୍ର ଗୁପ୍ତଧନ ନ ମିଳିବାରୁ ସେ ଥାନାର ଦ୍ବାରସ୍ଥ ହୋଇଥିଲେ ।
କଟକ କେଶରପୁରର ଜଣେ ବ୍ୟକ୍ତିଙ୍କୁ ତାଙ୍କ ଘର ପଛପଟେ ସୁନା ଇଟା ଅଛି କହି 5 ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।
ଭଦ୍ରକର ଜଣେ ବ୍ୟକ୍ତିଙ୍କ ଠାରୁ ମଧ୍ୟ ଅନୁରୁପ ଭାବେ ଲକ୍ଷାଧିକ ଟଙ୍କା ଠକିଛି ମୌଲାନା । ଘର ଭିତରୁ ସୁନା ଇଟା ବାହାର କରିବା ଏବଂ ବଜାରରେ ତାର ମୂଲ୍ୟ କୋଟି କୋଟି ଟଙ୍କା ହେବାର ଲୋଭ ଦେଖାଇ ଲୋକଙ୍କଠୁ ସେ ଲକ୍ଷ ଲକ୍ଷ ଟଙ୍କା ଲୁଟି ଚାଲିଥିଲା । ଏବେ ମୌଲାନା ଗିରଫ ପରେ ଅଭିଯୋଗକାରୀଙ୍କ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here