ମାଲକାନଗିରି ଜିଲ୍ଲା ମହାରାଜପଲ୍ଲୀ ଗାଁ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଠିକାଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି. ମୃତ ଠିକାଦାରଙ୍କ ନାମ ରମେନ ବିଶ୍ୱାସ ଓ ସେ ଏମପିଭି 43 ଗାଁର ବୋଲି ଜଣାପଡିଛି. ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ଗ୍ରାମବାସୀ ପ୍ରଥମେ ତାଙ୍କୁ ଏମପିଭି 79 ମେଡିକାଲରେ ଭର୍ତ୍ତି କରିଥିଲେ. ମାତ୍ର ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ତେବେ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ମୋଟୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି. ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here