45 ରୁ 48 ଡିଗ୍ରୀ ଖରାରେ ବି ନିଜ ଡ୍ୟୁଟି କରିଥାନ୍ତି ଏମାନେ. ନା ଥାଏ ଫ୍ୟାନ୍ ନା ଛାଇ. ଟ୍ରାଫିକ୍ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳିତ କରିବା ପାଇଁ ଏମାନେ ସଦାସର୍ବଦା ସଜାଗ ଥାନ୍ତି. ଏମାନଙ୍କ ମଧ୍ୟରେ ମହିଳା ପୋଲିସ କର୍ମଚାରୀ ମଧ୍ୟ ଥାନ୍ତି.
ବିଳମ୍ବରେ ହେଉ ପଛେ ସେମାନଙ୍କ କଷ୍ଟ ଅନ୍ୟମାନେ ବୁଝିପାରିଛନ୍ତି. ପୋଲିସ ବିଭାଗ ଟ୍ରାଫିକ୍ କର୍ମଚାରୀଙ୍କୁ ଯୋଗାଇ ଦେଇଛନ୍ତି କୁଲିଂ ଜ୍ୟାକେଟ୍. ଏଣିକି ସେମାନଙ୍କୁ ଆଉ ଖରାରେ ହନ୍ତସନ୍ତ ହେବାକୁ ପଡିବନି. ଏହି ଜ୍ୟାକେଟ୍ ପିନ୍ଧିବା ମାତ୍ରେ ତାପମାତ୍ରା 10ରୁ 12 ଡିଗ୍ରୀ ପର୍ଯ୍ୟନ୍ତ କମିଯିବ. ଏହାବ୍ୟତୀତ ଟ୍ରାଫିକ୍ କର୍ମଚାରୀମାନଙ୍କୁ ପେଟ୍ରୋଲିଂ ପାଇଁ 16ଟି ନୂଆ ବାଇକ ଯୋଗାଇ ଦିଆଯାଇଛି. ଅନ୍ୟପକ୍ଷରେ ପୋଲିସ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ଟ୍ରାଫିକ୍ ପୋଲିସ.