ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତି ପାଇଁ ପାକିସ୍ତାନ ଦାୟୀ । ପାକିସ୍ଥାନ ସରକାର ତାଲିବାନଙ୍କୁ ପ୍ରୋତ୍ସାହିତ କରିଆସୁଛନ୍ତି । ତାଲିବାନଙ୍କୁ ଅର୍ଥ, ଅସ୍ତ୍ରଶସ୍ତ୍ର ଦେବା ସହ ସେମାନଙ୍କୁ ତାଲିମ ମଧ୍ୟ ଦେଉଛନ୍ତି । ତେଣୁ ଅନ୍ତର୍ଜାତୀୟ ସମୁଦାୟ ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ପାଇଁ ପାକିସ୍ଥାନ ବିରୋଧରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ଆଫଗାନିସ୍ତାନର ପ୍ରସିଦ୍ଧ ପପଷ୍ଟାର୍ ଆରେନା ସୟିଦ କହିଛନ୍ତି । ତାଲିବାନଙ୍କ କାବୁଲ ଦଖଲ ପରେ କାବୁଲ ଛାଡିଥିବା ଏହି ପପଷ୍ଟାର୍ ଆଫଗାନିସ୍ତାନରେ ବଢି ଚାଲିଥିବା ତାଲିବାନୀ ଅତ୍ୟାଚାର ପାଇଁ ପାକିସ୍ଥାନକୁ ସଂପୂର୍ଣ୍ଣ ଦାୟୀ କରିଛନ୍ତି । ପାକିସ୍ଥାନ ତାଲିବାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ତାଲିମ ଦେବାର ଯଥେଷ୍ଟ ପ୍ରମାଣ ରହିଛି ବୋଲି ସେ କହିଛନ୍ତି ।

ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ଆଫଗାନୀ ପପଷ୍ଟାର୍ ଆରେନା ସୟିଦ କହିଛନ୍ତି, ପାକିସ୍ଥାନ ଉପରେ ଆନ୍ତର୍ଜାତୀୟ ସମୁଦାୟ ଚାପ ପକାଇବା ଆବଶ୍ୟକ । ଆଫଗାନିସ୍ତାନରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ପାକିସ୍ଥାନ ଲଗାତର ଉଦ୍ୟମ କରିଆସୁଛି । ଯାହାର ପରିଣାମ ସ୍ବରୁପ ଏବେ ତାଲିବାନଙ୍କ ରାଜୁତି ଚାଲିଛି । ବରଂ ପଡୋଶୀ ଭାରତ ଆଫଗାନିସ୍ତାନୀଙ୍କୁ ସାହାଯ୍ୟ ଯୋଗାଇ ଆସୁଥିବାରୁ ସେ ଭାରତକୁ ଆଫଗାନ୍ତିସାନର ‘ଟ୍ରୁ ଫ୍ରେଣ୍ଡ’ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here