ଆଫଗାନିସ୍ଥାନରେ ଭୟଙ୍କର ପରିସ୍ଥିତି । ଆଫଗାନିସ୍ଥାନର ଗଜନୀ ସହରକୁ ଦଖଲ କରିନେବା ପରେ ତାଲିବାନ ଏବେ ରାଜଧାନୀ କାବୁଲ୍ ମୁହାଁ । କାବୁଲ ଠାରୁ ମାତ୍ର ଦେଢଶହ କିଲୋମିଟର ଦୂରରେ ଥିବା ଗଜନୀ ସହରର ପ୍ରମୁଖ ଅଞ୍ଚଳକୁ କବଜା କରିନେଇଛନ୍ତି ତାଲିବାନ । ଗଜନୀର ଗଭର୍ଣ୍ଣରହାଉସ, ପୋଲିସ ହେଡକ୍ବାର୍ଟର, ଜେଲ୍ ପ୍ରଭୃତି ଏବେ ତାଲିବାନଙ୍କ ଦଖଲରେ । ଆଫଗାନିସ୍ଥାନର 34ଟି ପ୍ରାଦେଶିକ ରାଜଧାନୀ ମଧ୍ୟରୁ 10ଟି ସହର ଏବେ ତାଲିବାନଙ୍କ ଦଖଲକୁ ଚାଲିଗଲାଣି । ଅନେକ ସ୍ଥାନରେ ତାଲିବାନ ସହ ଲଢେଇ ଚାଲିଥିଲେ ହେଁ ଗଜନୀ ସହର ତାଲିବାନଙ୍କ କବଜାକୁ ଚାଲିଯିବା ଆଫଗାନ ସରକାରଙ୍କ ପାଇଁ ଶକ୍ତ ଧକ୍କା ।
ତାଲିବାନଙ୍କ ଟାର୍ଗେଟରେ ରହିଛି ବିଭିନ୍ନ ସହରରେ ରହିଥିବା ଜେଲ୍ । ସେମାନେ ଜେଲକୁ କବଜାକୁ ନେବା ସହ ବନ୍ଦୀମାନଙ୍କୁ ମୁକ୍ତ କରି ସେମାନଙ୍କ ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ଖୁବଶୀଘ୍ର ତାଲିବାନ କାବୁଲ ସହର ଦଖଲ କରିନେବେ ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here