ପ୍ରଶାସନର ନାଲି ଆଖିକୁ ଡରିଲେନି । 144 ଧାରା ଜାରି ସତ୍ତ୍ବେ ତିନୋଟି ପଞ୍ଚାୟତର ହଜାର ହଜାର ଗ୍ରାମବାସୀ ଏକାଠି ହୋଇଗଲେ । ତା ପରେ ଆରମ୍ଭ ହୋଇଗଲା ସଂଘର୍ଷ । ପୋଲିସ ସହ ମୁହାଁମୁହିଁ ହେବା ପରେ ହଜାର ହଜାର ଆନ୍ଦୋଳକାରୀ ମୁହାଁଇଥିଲେ ନିର୍ମାଣାଧୀନ ପ୍ରକଳ୍ପ ଆଡେ । ଯିଏ ଯାହା ପାରିଥିଲା, ଭଙ୍ଗାରୁଜା କରିବା ଆରମ୍ଭ କରିଦେଇଥିଲେ । ଲୋକଙ୍କ କ୍ରୋଧ ସାମନାରୁ ବର୍ତ୍ତି ପାରି ନଥିଲା ପୋଲିସ ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଭାରିଗଦା ସ୍ଥିତ ଖରସ୍ରୋତା ନଦୀରେ ସରକାର ଆରମ୍ଭ କରିଛନ୍ତି ମେଗା ପାନୀୟଜଳ ପ୍ରକଳ୍ପ । ଭଦ୍ରକ ଜିଲ୍ଲାର ଚାରୋଟି ବ୍ଲକକୁ ପାଣି ଯୋଗାଇବା ପାଇଁ 800 କୋଟି ଟଙ୍କାର ପ୍ରକଳ୍ପ ପାଇଁ ଟେଣ୍ଡର ସରିଛି । ତେବେ ଗତ ଦୁଇବର୍ଷ ଧରି ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ଆନ୍ଦୋଳନ କରିଆସୁଛନ୍ତି । ଖରସ୍ରୋତା ବଞ୍ଚାଅ ସମିତି ନାଁରେ ଆନ୍ଦୋଳନ ଚାଲିଥିବା ବେଳେ ପୋଲିସ ସହାୟତାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଆଉ ଲୋକମତକୁ ଉପେକ୍ଷା କରି ସରକାର ନେଇଥିବା ପଦକ୍ଷେପର ପରିଣତି ଦେଖନ୍ତୁ । ପିଲାଠୁ ବୁଢା ଯାଏଁ ସମସ୍ତେ ସାମିଲ ହୋଇଯାଇଥିଲେ ଆନ୍ଦୋଳନରେ । ପ୍ରକଳ୍ପ ହେଲେ ଆଳି ଓ ରାଜକନିକା ଅଂଚଳର ଲୋକେ ପାଣି ସମସ୍ୟାର ସମ୍ମୁଖୀନ ହେବେ ବୋଲି ଦର୍ଶାଇ ଆନ୍ଦୋଳନ ଜାରି ରଖିବାକୁ ସମିତି ନିଷ୍ପତ୍ତି ନେଇଛି ।
ଭାରିଗଦା ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ଉତ୍ତ୍ୟକ୍ତ ଆନ୍ଦୋଳକାରୀଙ୍କ ଆକ୍ରମଣ ଯୋଗୁ ପ୍ରକଳ୍ପରେ ନିୟୋଜିତ ଶ୍ରମିକ, କର୍ମଚାରୀ ସ୍ଥାନ ଛାଡି ପଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here