ଢେଙ୍କାନାଳ ଜିଲ୍ଲାର ପାଟଲା ଗାଁରେ ଦଣ୍ଡନାଚ ପ୍ରସ୍ତୁତି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ପାଟୁଆଙ୍କ ଜୀବନ ଚାଲିଯାଇଛି ଏବଂ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି । ନ୍ୟାୟ ଦାବିରେ ପ୍ରତିବାଦ କରି ହିନ୍ଦୋଳରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । ରାସ୍ତାରୋକ ଯୋଗୁଁ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ସାତମାଇଲ ଠାରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ଚାରିଟା ଦାବି ନେଇ ସେମାନେ ଆନ୍ଦୋଳନ କରୁଛନ୍ତି। ବିଦ୍ୟୁତ ବିଭାଗର ଅବହେଳା ପାଇଁ ୩ଟି ମୂଲ୍ୟବାନ ଜୀବନ ଅକାଳରେ ଚାଲିଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।












