କଟକ SCB ମେଡ଼ିକାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ଆରମ୍ଭ ହୋଇଛି ବିଚାର ବିଭାଗୀୟ ତଦନ୍ତ । ଜିଲ୍ଲା ଅଦାଲତର ବିଚାରପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ଡାକ୍ତରଖାନାରେ ପହଁଛି ଯାଞ୍ଚ କରିଛନ୍ତି ।ରାଜ୍ୟ ସରକାରଙ୍କୁ ଏହି କମିଟି ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦେବେ । ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତ୍ରିରେ SCB ମେଡ଼ିକାଲର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା ଏବଂ ଏଥିରେ ଚିକିତ୍ସାଧୀନ ଥିବା ୧୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ଘୋଷଣା କରିବା ସହିତ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।













