ନୟାଗଡ଼ ଜିଲ୍ଲାରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଜିତେନ୍ଦ୍ର ମଳିକଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଅଭିଯୁକ୍ତ ଶିକ୍ଷକ ଟିକାବାଲି ଥାନା ଅଞ୍ଚଳର ଏକ ହାଇସ୍କୁଲରେ କାର୍ଯ୍ୟରତ ଥିଲେ। ପୂର୍ବରୁ ମଧ୍ୟ ହଷ୍ଟେଲରେ ମଦ୍ୟପାନ କରି ଛାତ୍ରୀମାନଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଏହା ପରେ ସ୍କୁଲ କମିଟି, ଶିକ୍ଷକ ଓ ଅଭିଭାବକମାନଙ୍କ ନିଷ୍ପତ୍ତିରେ ତାଙ୍କୁ ହଷ୍ଟେଲରୁ ବାହାର କରାଯାଇଥିଲା। ପରେ ସେ ସ୍ଥାନୀୟ ଅଞ୍ଚଳରେ ରହି ସ୍କୁଲକୁ ଯାଉଥିଲେ। ଗାଁରେ ରହୁଥିବା ସମୟରେ ସେହି ଶିକ୍ଷକ ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆସିଥିଲା। ଏନେଇ ଛାତ୍ରୀଙ୍କ ମାଆ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତୁରନ୍ତ ଶିକ୍ଷକଙ୍କୁ ଗିରଫ କରିଛି। ମାମଲା ରୁଜୁ ହୋଇଥିବା ସହିତ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here