ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଗଣ୍ତତରାପଲ୍ଲୀ ଅଞ୍ଚଳରରେ କିଛି ଦୁର୍ବୃତ୍ତ ଜଣେ ମଦ ଦୋକାନ ମ୍ୟାନେଜରଙ୍କୁ ଗୁଳି କରି ପ୍ରାୟ 3.06 ଲକ୍ଷ ଲୁଟି ନେଇଥିବା ସୂଚନା ମିଳିଛି. ମିଳିଥିବା ସୂଚନା ଅନୁସାରେ, ମ୍ୟାନେଜର ନରେନ୍ଦ୍ର ଗୁପ୍ତା ଓ ତାଙ୍କ ବନ୍ଧୁ ଗୌତମ ବ୍ରହ୍ମା ଯେତେବେଳେ ଟଙ୍କା ନେଇ ଯାଉଥିଲେ, ସେହି ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କଠାରୁ ଟଙ୍କା ବ୍ୟାଗ ଛଡାଇ ନେବାକୁ ଚେଷ୍ଟା କରିଥିଲେ. ସେମାନେ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ. ଫଳରେ ନରେନ୍ଦ୍ରଙ୍କ ବାମ ପାଦରେ ଗୁଳି ବାଜିଥିଲା ଓ ତାଙ୍କୁ ତୁରନ୍ତ ସଇଁତଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି.