ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭମେଳା ଆରମ୍ଭ ହୋଇସାରିଛି. ଜାନୁୟାରୀ 15 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା 45 ଦିନ ଧରି ଚାଲିବ. ଦୀର୍ଘ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସାଧୁସନ୍ଥମାନଙ୍କ ଭିଡ ଜମିବାରେ ଲାଗିଛି. ଏହାଛଡା କିନ୍ନର ମାନଙ୍କର ମଧ୍ୟ ଏକ ସ୍ୱତନ୍ତ୍ର ଆଖଡା ଦେଖିବାକୁ ମିଳିଛି. ସମୟ ଯେତିକି ବଢୁଛି ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ସେତିକି ଜମୁଛି. କାହିଁ କେଉଁ କାଳରୁ ଆରମ୍ଭ ହୋଇଥିବା ଏହି ମେଳାରେ ସ୍ନାନ କଲେ ବହୁ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି. ତେବେ ଏହି ଧାର୍ମିକ ମେଳାରୁ ବାଦ ପଡିନାହାନ୍ତି କିନ୍ନର ମୀରା ପରିଡା. ସେ ମଧ୍ୟ ଚଳିତ ଥର ଏହି ମହାକୁମ୍ଭରେ କିନ୍ନରଙ୍କ ଆଖଡାରେ ସାମିଲ ହୋଇ ବହୁ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦେଉଛନ୍ତି.

LEAVE A REPLY

Please enter your comment!
Please enter your name here