ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାରେ ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ ଚଳାଇଛି । ଗତକାଲି ସୌମ୍ୟଙ୍କ ପରିବାରକୁ ପଚରାଉଚରା ହୋଇଥିଲା । ଆଜି ସୌମ୍ୟଙ୍କ ବାନ୍ଧବୀ ସୋନାଲି ନନ୍ଦଙ୍କୁ ଜେରା ପାଇଁ ଅନୁଗୁଳରେ ପହଁଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯିବ । ତେବେ ଗତକାଲି ସୌମ୍ୟଙ୍କ ବାପା, ମା , ଭଉଣୀର ବୟାନ ରେକର୍ଡ କରିଥିଲା କ୍ରାଇମବ୍ରାଞ୍ଚ । ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ ଘଟଣାର ତଦନ୍ତ ଚାଲିଛି । ୩ମାସ ଭିତରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଗତ ବର୍ଷ ଜାନୁଆରୀ ୩୦ ତାରିଖରେ ଆତ୍ମହତ୍ୟାକରିଥିଲେ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ । ସୌମ୍ୟଙ୍କ ମୃତ୍ୟୁ ପାଇଁ ବାନ୍ଧବୀ ସୋନାଲିଙ୍କୁ ଦାୟୀ କରିଥିଲେ ସୌମ୍ୟଙ୍କ ପରିବାର ଲୋକେ ।

LEAVE A REPLY

Please enter your comment!
Please enter your name here