ପୁଣି ସକ୍ରୀୟ ହୋଇଛନ୍ତି ମାଓବାଦୀ । ଗତକାଲି ନବରଙ୍ଗପୁରରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଆଜି ଛତିଶଗଡ ସୁକମାରେ ମାଓବାଦୀଙ୍କ ଗୁଳିରେ ତିନିଜଣ ଯବାନ ସହିଦ ହୋଇଛନ୍ତି । ରାୟପୁରଠାରୁ ଚାରିଶହ କିଲୋମିଟର ଦୂର ଜାଗରଗୁଣ୍ଡା ଅଞ୍ଚଳରେ ପୋଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ପୋଲିସ -ମାଓବାଦୀ ଗୁଳି ବିନିମୟରେ ଡିଷ୍ଟ୍ରିତ୍ଟ ରିଜର୍ଭ ଗାର୍ଡର 3 ଜଣ ଯବାନ ସହିଦ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଏଏସଏଆଇ ରହିଛନ୍ତି । ଘଟଣା ପରେ ପୋଲିସ ଜାଗରଗୁଣ୍ଡା ଓ କୁଣ୍ଡେଣ୍ଡ ଗାଁ ଅଞ୍ଚଳକୁ ଘେରାଉ କରି ରଖିବା ସହ ଅପରେସନ ଜୋରଦାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here