ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି. 2ଟି ଲୋକସଭା ଆସନ ଓ 54ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ. ଲୋକସଭା କ୍ଷେତ୍ର ବଲାଙ୍ଗିରରୁ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢିବାକୁ ଥିବା ବେଳେ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲକା ନିର୍ବାଚନ ଲଢିବେ. ସେହିଭଳି 54ଟି ବିଧାନସଭା ଆସନ ବିଜେପୁରରୁ ରିପୁନାଥ ସେଠ୍, ଭଟଲିରୁ ସରୋଜ ମହାପାତ୍ର, ଝାରସୁଗୁଡାରୁ ମହେନ୍ଦ୍ର ନାୟକ, ତଳସରାରୁ ଡ.ପ୍ରଫୁଲ୍ଲ ମାଝି, ସୁନ୍ଦରଗଡରୁ ଅମିତା ବିଶ୍ୱାଳ, ରଘୁନାଥପଲ୍ଲୀରୁ ପ୍ରଶାନ୍ତ ସେଠି, ରାଉରକେଲାରୁ ମୁକ୍ତିକାନ୍ତ ବିଶ୍ୱାଳ, କୁଚିଣ୍ଡାରୁ ଶୋଭାରାମ ପ୍ରଧାନ, ରେଙ୍ଗାଲିରୁ ବାଲକ୍ରିଷ୍ଣ ରୋହିଦାସ, ସମ୍ବଲପୁରରୁ ଅଶ୍ୱିନୀ କୁମାର ଗୁରୁ, ରେଢାଖୋଲରୁ ଅସଫ ଅଲ୍ଲି ଖାନ, ଦେଓଗଡରୁ ଉମାଶଙ୍କର ସାହୁ, ଆନନ୍ଦପୁରରୁ ଜୟଦେବ ଜେନା, କେନ୍ଦୁଝରରୁ ବିଦ୍ୟାଧର ଦେଉରୀ, ଚମ୍ପୁଆରୁ ଯଦୁମଣୀ ବାରିକ, କରଞ୍ଜିଆରୁ ସୁଦାମ ଚରଣ ନାୟକ, ଜଳେଶ୍ୱରରୁ ସୁଦର୍ଶନ ଦାସ, ନିଳଗିରିରୁ ମନୋଜମଞ୍ଜରୀ ଦେବୀ, କୋରେଇରୁ ବନ୍ଦିତା ପରିଡା, ଢେଙ୍କାନାଳରୁ ନବୀନ ନନ୍ଦ, ପାଲଲହଡାରୁ ସୁବ୍ରତ ଗଡନାୟକ, ତାଳଚେରରୁ ସୁରେଶ ଚନ୍ଦ୍ର ବେହେରା, ଅନୁଗୁଳରୁ ବିପ୍ଳବ ଜେନା, ଛେଣ୍ଡିପଦାରୁ ସସ୍ମିତା ବେହେରା, ଆଠମଲ୍ଲିକରୁ ବିଜୟାନନ୍ଦ ଚୋଲିଆ, ସୋନପୁରରୁ ଚିତ୍ତରଞ୍ଜନ ମିଶ୍ର, ଲୋଇସିଂହାରୁ ନବକିଶୋର ନାୟକ, ଟିଟିଲାଗଡରୁ ସୁରେନ୍ଦ୍ର ସିଂ ଭୋଇ, କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ଶାଳୁଜା, ଉମରକୋଟରୁ ଯଶୋଦା ରାଣୀ ଗଡ୍ଡ, ଜୁନାଗଡରୁ ଅନିଲ ସିଂ ଦେଓ, ଭବାନୀପାଟଣାରୁ ସାଗର ଚରଣ ଦାସ, ନର୍ଲାରୁ ଚିତ୍ତରଞ୍ଜନ ମାଣ୍ଡାଲ, ବାଙ୍କୀରୁ ଦେବାଶିଷ ପଟ୍ଟନାୟକ, ଆଠଗଡରୁ ଉମା ବଲ୍ଲଭ ରଥ, ବାରବାଟୀ କଟକରୁ ମହମ୍ମଦ ମୁକିମ, କଟକ ସଦରରୁ ରତ୍ନାକର ବେହେରା, କେନ୍ଦ୍ରାପଡାରୁ ଗଣେଶ୍ୱର ବେହେରା, ଆଳିରୁ ଦେବେନ୍ଦ୍ର ଶର୍ମା, ରାଜନଗରରୁ ଅଂଶୁମାନ ମହାନ୍ତି, ଜଗତସିଂହପୁରରୁ ଚିରଞ୍ଜିବ ବିଶ୍ୱାଳ, କାକଟପୁରରୁ ବିଶ୍ୱଭୂଷଣ ଦାସ, ବ୍ରହ୍ମଗିରିରୁ ଉମାକାନ୍ତ ବରାଳ, ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ, ଏକାମ୍ର ଭୁବନେଶ୍ୱରରୁ ରଶ୍ମିରେଖା ମହାପାତ୍ର, ଜଟଣୀରୁ ସୁରେଶ କୁମାର ରାଉତରାୟ, ରଣପୁରରୁ ଶୁଭଶ୍ରୀ ପଣ୍ଡା, ଖଲ୍ଲିକୋଟରୁ ଭୋକଲୀ ସେଠି, ସୁରଡାରୁ ସଂଗ୍ରାମ ମହାନ୍ତି, ଦିଗପହଣ୍ଡିରୁ ପ୍ରଫୁଲ୍ଲ ପଣ୍ଡା, ପାରଳାଖେମୁଣ୍ଡିରୁ କେ. ସୂର୍ଯ୍ୟ ରାଓ, ରାୟଗଡାରୁ ଅପଲସ୍ୱାମୀ କଦର୍କା, ଲକ୍ଷ୍ମୀପୁରରୁ କୈଳାସ କୁଲସିକା ଓ କଟପାଡରୁ ଚନ୍ଦ୍ରଶେଖର ମାଝି ନିର୍ବାଚନ ଲଢିବେ ବୋଲି କଂଗ୍ରେସ ଘୋଷଣା କରିଛି.

 

LEAVE A REPLY

Please enter your comment!
Please enter your name here